ଶାସକ ବିଜୁଜନତା ଦଳ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ବ୍ଲକ ଅଧ୍ୟକ୍ଷ ମନୋଜଙ୍କୁ ବିଧାୟକ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଜୋର ଧରୁଛି।
ତିର୍ତ୍ତୋଲ,୨୬/୧୧/୨୦୨୩:-ଆଗାମୀ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ବାତ୍ତାବରଣରେ ଉଷ୍ମତା ଆରମ୍ଭ ହେଲାଣି।ବିଶେଷ କରି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଶାସକ ବିଜୁଜନତା ଦଳରୁ ବିଧାୟକ ପ୍ରତ୍ୟାଶି ମାନଙ୍କ ଲମ୍ବା ତାଲିକା ସମ୍ପର୍କରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି।ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ତିର୍ତ୍ତୋଲ ବ୍ଲକର ୨୯ଟି ପଞ୍ଚାୟତ,ରଘୁନାଥପୁର ବ୍ଲକର ୧୯ଟି ପଞ୍ଚାୟତ ଓ ବିରିଡି ବ୍ଲକର ୨୧ଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିବା ବେଳେ ଏହା ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି। ଶାସକ ବିଜୁଜନତା…